ଢେଙ୍କାନାଳ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ମୋ ନିୟୁଜ ଓଡିଶା ,୨୮/୧୦ :  ଢେଙ୍କାନାଳ ଜିଲ୍ଲାରେ ମୋଟ ୨୫ ଟି ଆମ୍ବୁଲାନ୍ସ ରହିଛି। ଏହି ୨୫ ଟି ଆମ୍ବୁଲାନ୍ସରେ ପୂର୍ବରୁ ପରିଚାଳନା କରୁଥିବା ମୁମ୍ବାଇର ଜିକିତ୍ସା ହେଲଥ କେୟାର ଲିମିଟେଡ୍ ଜେଡ୍‌ଏଚ୍ଏଲ୍) ପକ୍ଷରୁ ଚାଳକ,ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ ମିଶି ପ୍ରାୟ ୧୭୦ରୁ୧୭୫ ଜଣ ନିୟୋଜିତ ହୋଇଥିଲେ। ଚଳିତ ମାସ ୨୦ ତାରିଖରେ ଜିକିତ୍ସା ହେଲଥ କେୟାର ଲିମିଟେଡ୍ର ଟେଣ୍ଡର ଶେଷ ହେଇଯାଇଛି। ଏକ ନୂଆ ସଂସ୍ଥା ଏମ୍ରୀ ଗ୍ରୀନ ହେଲଥ କେୟାର (ଜିଭିକେ) ଚଳିତ ମାସର ୨୧ ତାରିଖରୁ ୧୦୮ ଆମ୍ବୁଲାନ୍‌ସର ପରିଚାଳନା ଦାୟିତ୍ଵ ନେଇଛି। ଚଳିତ ମାସରେ ଜିଭିକେ ଏକ ମେଲ ମାଧ୍ୟମରେ ଅନବାର୍ଡିଙ୍ଗ ଜଏନିଂ ପ୍ରକ୍ରିୟାରେ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି। ଏହିଭଳି କର୍ମଚାରୀ ଏବେ ଆମ୍ବୁଲାନ୍ସରେ କାର୍ଯ୍ୟରତ ଅଛନ୍ତି। ସେହି କର୍ମଚାରୀଙ୍କ

ମଧ୍ୟରୁ ନୂତନ ସଂସ୍ଥା ଜିଭିକେ କିଛି ପିଲାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛି। ସେଥୁରୁ କିଛି ପିଲାକୁ ଏପର୍ଯ୍ୟନ୍ତ କୌଣସି ନିଯୁକ୍ତି ପତ୍ର ଦେଇନାହିଁ। କମ୍ପାନୀ ଆହୁରି ଅନେକ ନିୟମର ଖୁଲମଖୁଲା ନିୟମ ଉଲଂଘନ କରିଛି। ଯେଉଁଥୁପାଇଁ ଆସନ୍ତା ୧ ତାରିଖ ଠାରୁ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ଚଳାଚଳ ବନ୍ଦ ରହିବ ବୋଲି କର୍ମ ଚାରୀ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁ ଲାନ୍ସ କର୍ମ ଚାରୀ ସଂଘର ତରଫରୁ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ଏହା ର କୈାଣସି ସୁଫଳ ନମିଳେ ତେବେ ଆଗାମୀ ଦିନରେ ରୋଗୀସେବା ବାଧାପ୍ରାପ୍ତ ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।

Post a Comment

Previous Post Next Post