ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ୨୯/୧୯/୨୪ - ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡା କୃଷ୍ଣପୁର ଗାଁରେ ବାଘ ଆତଙ୍କ l ଗାଁ ନିକଟସ୍ଥ ଜଙ୍ଗଲ ରେ ଗୋଟିଏ ଗାଈ କୁ ମାରି ଖାଇଥିବା ଜଣାପଡିଛି l ଆଜି ସକାଳେ ଗାଁର କିଛି ଲୋକ ଜଙ୍ଗଲ କୁ ଯାଇଥିଲେ l ତେବେ ଜଙ୍ଗଲରେ ଗୋଟିଏ ଗାଈ ମରି ପଡ଼ିଥିବା ବେଳେ ଗାଈ ର ଶରୀରର ଅଧା ଅଂଶ ନଥିବା ଲୋକେ ଦେଖିଥିଲେ l ତେଣୁ ଗାଈ କୁ ବାଘ ଖାଇ ଥିବା ସନ୍ଦେହ କରିଛନ୍ତି ଗାଁ ଲୋକେ l ଖବର ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି l ଗତ କାଲି ଦିଗପହଣ୍ଡି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବା ବେଳେ ଚନ୍ଦ୍ରଗିରି ବନାଞ୍ଚଳ କୃଷ୍ଣପୁର ଗାଁ ସେହି ନିକବର୍ତ୍ତୀ ଅଞ୍ଚଳରେ ରହିଛି l
Tags:
ଆଞ୍ଚଳିକ