ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ପାଇଁ ଗଣଦୌଡ଼ ଅନୁଷ୍ଠିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଭାରତ ସ୍ୱାଧୀନ ହେବା ପରେ ରାଷ୍ଟ୍ରୀୟ ଏକତା ବଳବତ୍ତର ରଖିବା ଦିଗରେ ଅତୁଳନୀୟ ଅବଦାନ ପାଇଁ ଭାରତରତ୍ନ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଚିରସ୍ମରଣୀୟ ଓ ଚିର ନମସ୍ୟ ହୋଇ ରହିଥିବେ । ତାଙ୍କ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ “ଏକତା ପାଇଁ ଗଣଦୌଡ଼” (ରନ୍ ଫର୍ ୟୁନିଟି) ଆୟୋଜିତ ହୋଇଛି । ଏହି ଗଣଦୌଡ଼ କମାପଲ୍ଲୀ ଛକ ଠାରୁ ଆରମ୍ଭ ହୋଇ ଟାଟାବେଞ୍ଜ,ଜେନେନା ହସ୍ପିଟାଲ୍ ରୋଡ଼,ଖଲ୍ଲିକୋଟ କଲେଜ,ପିଭିଏନ୍ ରାଓ ପେଟ୍ରୋଲ ପମ୍ପ ଛକ,ପୁରୁଣା ବସଷ୍ଟାଣ୍ଡ,ଅନ୍ନପୂର୍ଣ୍ଣା ମାର୍କେଟ,ଗାନ୍ଧୀନଗର ଛକ ଦେଇ ବ୍ରହ୍ମପୁର ଷ୍ଟାଡିୟମ ଠାରେ ପହଞ୍ଚିଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏବଂ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର ଯୋଗ ଦେଇ ଏକତା ହିଁ ସବୁଠାରୁ ବଡ଼ ଶକ୍ତି । ଦେଶର ଏକତା, ଅଖଣ୍ଡତା ତଥା ପ୍ରକୃତ ବିପଦକୁ ପ୍ରତିହତ କରିବା ପାଇଁ ଆମର ଅନ୍ତର୍ନିହିତ ଶକ୍ତି ଏବଂ ସ୍ଥିରତାକୁ ପ୍ରମାଣିତ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ । ଏହା ଦେଶ ସମ୍ମୁଖରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସଫଳ ସମାଧାନର ପଥ ଉନ୍ମୁକ୍ତ କରିଥାଏ । ଏନେଇ ସଚେତନତା ସୃଷ୍ଟି ଲାଗି ୨୦୧୪ ମସିହାରୁ ଭାରତ ସରକାରଙ୍କ ଦ୍ୱାରା ଜାତୀୟ ଏକତା ଦିବସ (ରନ୍ ଫର୍ ୟୁନିଟି) ପାଳନ ହେଇ ଆସୁଛି । ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଏହି ଦିବସ ସଭିଙ୍କୁ ସଂକଳ୍ପବଦ୍ଧ କରିଥାଏ ବୋଲି ଉଭୟ ନେତା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ବରିଷ୍ଠ ନେତା ସୁନିଲ କୁମାର ସାହୁ,ପ୍ରବୀର ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ସାମିଲ୍ ହେଇଥିଲେ l

Post a Comment

Previous Post Next Post