ୟୁଟ୍ୟୁବ କବିତା ସମ୍ମାନ ୨୦୨୪ ଘୋଷିତ

 


ଭଞ୍ଜନଗର:  ମୋ ନିୟୁଜ ଓଡିଶା ଅଞ୍ଚଳର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦର ଦ୍ୱାରା ପରିଚାଳିତ ୟୁଟ୍ୟୁବ ଚ୍ୟାନେଲ ‘ଆମ ଖବର’। ଏହା କରୋନା ସମୟରୁ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମ ହୋଇ ଆସୁଅଛି। ଏଥିରେ ପ୍ରସାରିତ ସାପ୍ତାହିକ ୟୁଟ୍ୟୁବ କବିତା ଆସର ମାସର ପ୍ରତ୍ୟେକ ରବିବାର ଦିନ ଆୟୋଜିତ ହୋଇଥାଏ। ୯୨ତମ ଆସରରେ ପହଞ୍ôଚଥିବା ବେଳେ ପ୍ରଥମ ଥର ପାଇଁ ‘ୟୁଟ୍ୟୁବ କବିତା ସମ୍ମାନ -୨୦୨୪’ଘୋଷଣା କରାଯାଇଛି। ପ୍ରକାଶଥାଉକି ଆସନ୍ତା ୦୬ ଅକ୍ଟୋବର ରବିବାର ଦିନ ସ୍ଥାନୀୟ ଆର୍‍.ଏମ୍‍.ସି. ସଭାଗୃହରେ ଅନୁଷ୍ଠାନ ତାର ୨୨ତମ ପ୍ରତିଷ୍ଠା ଉତ୍ସବ ଏବଂ ‘ଆମ ଖବର’ର ୪ର୍ଥ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ୧୦ଜଣ ସ୍ରଷ୍ଟାଙ୍କୁ ‘ୟୁଟ୍ୟୁବ କବିତା ସମ୍ମାନ -୨୦୨୪’ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ଡ଼.ସୀମାଞ୍ଚଳ ପ୍ରଧାନ, ସୁଦର୍ଶନ ବିଷୋୟୀ, ସୁବାସ ଚନ୍ଦ୍ର ତାରିଣୀ, ନୟାଗଡ଼ରୁ ଅଶୋକ କୁମାର ନାୟକ, ସନାତନ ମହାକୁଡ଼, କୋରାପୁଟରୁ ପ୍ରତିମା ମହାରଣା, ଯାଜପୁରରୁ ପ୍ରମୋଦା ମଞ୍ଜରୀ ବଳ, ଭୁବନେଶ୍ୱରରୁ ଗୋପାଳ କୃଷ୍ଣ ଦାସ, ବୌଦ୍ଧରୁ ରଶ୍ମିତା ବେହେରା ଏବଂ ସୁଦୂର ପଶ୍ଚିମବଙ୍ଗରୁ ବରୁଣ କୁମାର ଦାସ ପ୍ରମୁଖ ଅନ୍ୟତମ। ସୂଚନାଯୋଗ୍ୟଯେ, ଅନୁଷ୍ଠାନର ସଭାପତି ଡ଼. ଅଶୋକ କୁମାର ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଏବଂ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଏହି କବିତା ସମ୍ମାନ କମିଟିର ନିର୍ବାଚକ ମଣ୍ଡଳୀରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସନ୍ତୋଷ ତିଆଡ଼ି, ଉପ-ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ଥାନା ଅଧିକାରୀ ଶ୍ରୀ କୁମାର ମୁଦୁଲି ପ୍ରଥମ ପର୍ଯ୍ୟାୟରେ ଅତିଥିଭାବେ ରହୁଥିବା ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ବିକ୍ଷିପ୍ତା ସାହିତ୍ୟ ପରିଷଦର ସାଧାରଣ ସମ୍ପାଦକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର, ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଡ଼. (ଇଂ) ସଞ୍ଜୟ କୁମାର ପଣ୍ଡା, ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ତଥା ସାହିତ୍ୟିକ ଡ଼. ଲକ୍ଷ୍ମୀନାରାୟଣ ଦାଶ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ସାହିତ୍ୟିକ ଉପସ୍ଥିତ ରହି କବିତା ପାଠ କରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ବେବର୍ତ୍ତା ପ୍ରକାଶ କରିଛନ୍ତି।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post