ଭଞ୍ଜନଗର:ମୋ ନିୟୁଜ ଓଡିଶା ଭଞ୍ଜନଗର ଉପଖଣ୍ଡରେ ରହୁଥିବା ସବୁ ବର୍ଗର ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଥିବା ପ୍ରଥମ ପଞ୍ଜିକୃତ କବି ସମ୍ରାଟ ମିଡ଼ିଆ କ୍ଲବର ପ୍ରତିଷ୍ଠା ଉତ୍ସବ ଭଞ୍ଜନଗର ଫରେଷ୍ଟ ବଙ୍ଗଳା ଠାରେ ଧୁମ ଧାମରେ ପାଳିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥି ଓ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଲୋକନାଥ କର, ରବିନ୍ଦ୍ର କୁମାର ପାତ୍ର, ବାବୁଲା ପ୍ରଧାନ, ରବୀନ୍ଦ୍ର ଗୌଡ଼, ସୁଶାନ୍ତ ସାହୁ ଓ କବି ସମ୍ରାଟ ମିଡ଼ିଆ କ୍ଲବ ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ ଯୋଗଦେଇ ଥିଲେ। କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସଭା ପରିଚାଳନା କରିଥିଲେ। ଅନୁଷ୍ଠାନର ଉପ ସଭାପତି ପୁରୁଷୋତ୍ତମ ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ କବି ସମ୍ରାଟ ମିଡ଼ିଆ କ୍ଲବ ପଞ୍ଜିକୃତ ହେବା ସହ ସାମାଜିକ ସେବା କାର୍ଯ୍ୟରେ ଅହରହ ସେବା ଯୋଗାଇ ଦେଇ ଆସୁଛି। ବିଗତ ଏକ ବର୍ଷ ମଧ୍ୟରେ ବୃକ୍ଷ ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ସମ୍ବାଦିକଙ୍କ ହକ ପାଇଁ ଲଢ଼ିବା, ପିଡୀତାଙ୍କ ନ୍ୟାୟ ପାଇଁ କ୍ୟାଣ୍ଡେଲ ରାଲି କରିବା, ଡାକ୍ତର ଖାନାରେ ପଡିଥିବା ରୋଗୀଙ୍କୁ ରକ୍ତ ଯୋଗାଇବା, ସମ୍ବାଦିକ ବନ୍ଧୁ ଶୋକ ସନ୍ତାପ ପରିବାର ପାଖରେ ପହଞ୍ଚିବା, ଘୁମୁସର ଜିଲ୍ଲା ଘୋଷଣା ହେଉ ବା ଭଞ୍ଜନଗରକୁ ପୌରପାଳିକା ଘୋଷଣା ଦାବି କରିବା ଓ ଭଞ୍ଜନଗର ଡାକ୍ତର ଖାନାକୁ ନିୟମିତ ଡାକ୍ତର ଯୋଗାଇବା ଆଦି କାର୍ଯ୍ୟକ୍ରମ କରି ଆସିଛି। ଆଗାମୀ ଦିନରେ ସମ୍ବାଦିକ ମାନଙ୍କୁ କବି ସମ୍ରାଟ ମିଡ଼ିଆ କ୍ଲବ ବୀମା ଭୁକ୍ତ କରିବା ଯୋଜନା କରିଛି। ଆଜି ଏହି ପ୍ରତିଷ୍ଠା ଉତ୍ସବରେ ଭଞ୍ଜନଗର ସହର ସମସ୍ତ ସମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ମାନିତ କରାଯାଇଥିଲା ଏହା ବ୍ୟତୀତ ଯେଉଁ ଖବର କାଗଜ ବିତରକ ବନ୍ଧୁ ମାନେ ଅଛନ୍ତି ସେମାନଙ୍କୁ ମାନପତ୍ର ଓ ଉପଢୌକନ ସହ ପୁଷ୍ପଗୁଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସମ୍ରାଟ ମିଡ଼ିଆ କ୍ଲବର ନବନିଯୁକ୍ତ କାର୍ଯ୍ୟକାରୀ ସଦସ୍ୟ ଓ ନୂତନ ସଦସ୍ୟ ମାନଙ୍କୁ ଫୁଲମାଳ ଦେଇ ସମ୍ମାନିତ କରାଯାଇଥିଲା। ଆଜିର ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସଂଘ ର ସମସ୍ତ ସଦସ୍ୟ ଯୋଗ ଦେବା ସହ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। କବି ସମ୍ରାଟ ମିଡ଼ିଆ କ୍ଲବର କାର୍ଯ୍ୟପନ୍ଥାକୁ ଅତିଥିମାନେ ପ୍ରଶଂସା କରିବା ସହ ଭଞ୍ଜନଗରରେ ସମସ୍ତ ସମ୍ବାଦିକ ମାନଙ୍କୁ ଗୋଟିଏ ଡୋରୀରେ ବାନ୍ଧି ରଖିଥିବା ଯୋଗୁଁ ଧନ୍ୟବାଦ ଦେଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା