ଓ ଏ ଭି ରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଅଭିଭାବକ ବୈଠକ ଶନିବାର ଅପରାହ୍ନ 3 ଘଣ୍ଟ ସମୟରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତି ଶ୍ରେଣୀରେ 80 ପିଲା ପଢୁଥିଲା ବେଳେ ଗୋଟିଏ ଶ୍ରେଣୀ କକ୍ଷ ରେ ପଡିବା ମୁସ୍କିଲ ହେଉଛି ଏଣୁ ସେକ୍ସନ କରାଯାଉ । ଶିକ୍ଷକ ଅଭାବ ଯୋଗୁଁ ସେକ୍ସନ କରିବା କଷ୍ଟ ହେଉଛି ତଥାପି ଚେଷ୍ଟା କରିବା ବୋଲି ଅଧକ୍ଷ କହିଥିଲେ । ପିଲାମାନେ ବହୁତ ସମୟ ମୋବାଇଲ ବ୍ୟବହାରରୁ ବିରତି ରହିବା ପାଇଁ  ଚେଷ୍ଟା କରିବା, ପିଲାମାନଙ୍କୁ ଲେଖିବା ଅପେକ୍ଷା ପଢିବା ପାଇଁ ଗୁରୁତ୍ୱ ଦେବା ପରୀକ୍ଷା ଉତ୍ତର ଖାତା ଅଭିଭାବକ ମାନେ ଦେଖିବା ପାଇଁ ବ୍ୟବସ୍ଥା କରିବା ଆଦି ବିଷୟରେ ଆଲୋଚନା କରାଯାଇ ଥିଲା । ଏଥିରେ ଅଧକ୍ଷ ମିଲନ ପୁରୋହିତ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଯୋଗଦେଇ ଥିଲେ।

Post a Comment

Previous Post Next Post