ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ କୁ ରାଜ୍ୟସ୍ଥରିୟ ସମ୍ନାନ

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/  ୨୮/୮ ଗଜପତି ଜିଲ୍ଲାର ନୂଆଗଡ ବ୍ଲକରେ କାର୍ଯ୍ୟରତ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀକୁ  କୃଷକମାନଙ୍କର କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଉତ୍ପାଦନ ,ପ୍ରକ୍ରିୟାକରଣ ଏବଂ ବିକ୍ରୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣକରି ଛପନ ଲକ୍ଷ ଟଙ୍କାର ବ୍ୟବସାୟ କରିବା ଓ କୃଷକ ମାନଙ୍କୁ ଏକତ୍ରିତ କରାଇ ତାଙ୍କର ଉତ୍ପାଦିତ ସାମଗ୍ରୀକୁ  ସଠିକ ଦରରେ ବିକ୍ରୀକରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ  ସମୃଦ୍ଧ କରିବାରେ ସାହାଯ୍ୟ କରିଥିବାରୁ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ ଲିଃ. କୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ୬୩ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ  ଭୁବନେଶ୍ୱର ସ୍ଥିତ ଏହି ବିଶ୍ୱବିଦ୍ୟାଳୟରେ   ମୁଖ୍ୟମନ୍ତ୍ରୀ ,ଉପମୁଖ୍ୟ ମନ୍ତୀ , କୃଷି ପ୍ରମୁଖ ସଚିବ ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଉପସ୍ତିତିରେ  ସମ୍ନାନିତ କରାଯାଇଛି । ଏହି ସମ୍ନାନ ପାଇଲା ପରେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର ନିର୍ଦେଶୟକ ମଣ୍ଡଳୀ ,ଅଂଶ ଧନଦାତା  ଓ କର୍ମଚାରୀଙ୍କ ଗହଣରେ ଏକ  ବଡ ଉତ୍ସ୍ଛାହ ଦେଖାଦେଇଛି ଓ ଏହା ଆଗକୁ ଚାଷୀମାନଂକୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଛନ୍ତି କମ୍ପନିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର   ଦଲାଇ ।  ଗଜପତି ଜିଲ୍ଲାରେ ଏହି କମ୍ପାନୀ , ନୂଆଗଡ ବ୍ଲକ ରେ ଓଡିଶା ମିଲେଟ ମିଶନ  ଓ ବାସନା -ଅଣ ବାସନା ଓ ଦେଶୀ ଧାନ କାର୍ଯ୍ୟକ୍ରମ ରେ  କାର୍ଯ୍ୟକାରୀ ସଂସ୍ଥା ଭାବେ କାମକରୁଛି । ଗୋଶାଣୀ ବ୍ଲକ ରେ ବାସନା -ଅଣ ବାସନା ଓ ଦେଶୀ ଧାନ କାର୍ଯ୍ୟକ୍ରମ ରେ  କାର୍ଯ୍ୟକାରୀ ସଂସ୍ଥା ଭାବେ କାମକରୁଛି । ଏହି କମ୍ପାନୀ ଟିଡ଼ିସିସି ତରଫରୁ  ମଣ୍ଡି ରେ ମାଣ୍ଡିଆ ଓ ତେନ୍ତୁଲି କ୍ରୟ କରିବା ସହିତ ମହୁ ଉତ୍ପାଦନ କରି ବଜାରିକରଣ କରୁଛି ।

Post a Comment

Previous Post Next Post