ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍ମିଂଟନ ପ୍ରତିଯୋଗିତା ଉଦ୍ଘାଟନ

ଢେଙ୍କାନାଳ ମୋ ନିୟୁଜ ଓଡିଶା ,୨୮ା୬: ଜିଲ୍ଲା ବ୍ୟାଡ୍ମିଂଟନ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ହଲ୍ ଠାରେ ୮ମ ଜିଲ୍ଲା ସ୍ତରୀୟ ବ୍ୟାଡ୍ମିଂଟନ ପ୍ରତିଯୋଗିତା ଉଦ୍ଘାଟନ ହୋଇଯାଇଅଛି । ଏହି ଉଦ୍ଘାଟନୀ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ପୌରପରିଷଦର ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସଂପତ୍ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ ମହାନ୍ତି ଆନୁଷ୍ଠାନିକ ଭାବେ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସବ୍ଡିଭିଜନରୁ ୨୧୮ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାରେ ୯ ବର୍ଷ ବାଳକ/ବାଳିକ ରୁ ୫୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଭାଗନେବା ପାଇଁ ସୁଯୋଗ ଦିଆଯାଇଅଛି । ଏହି ପ୍ରତିଯୋଗିତା ତିନିଦିନ ଧରି ଚାଲୁ ରହିବ । ଏହି ପ୍ରତିଯୋଗିତାକୁ ଜିଲ୍ଲା ଆସୋସିଏସନ୍ ସଭାପତି ଦୀପକ କୁମାର ଦଳେଇ, କାର୍ଯ୍ୟକାରୀ ସଭାପତି ଅମିତ୍ ରଞ୍ଜନ ଶତପଥୀ, ସଂପାଦକ ଟଙ୍କଧର ବେହେରା, କୋଷାଧ୍ୟକ୍ଷ ରଶ୍ମି ପ୍ରକାଶ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ପ୍ରମୋଦ କୁମାର ସିଂ, ପ୍ରିୟବ୍ରତ ପ୍ରଧାନ, ଶାରଦାପ୍ରସନ୍ନ ହୋତା, ଅନିଲ୍ ସାହୁ, ଉଦୟଭାନୁ ସିଂ, ସଦାନନ୍ଦ ମାଦେଳି, ମାନଭଞ୍ଜନ ବିଶ୍ୱାଳ, ମୁକେଶ ସିଂ, ଅରବିନ୍ଦ ସାହୁ, ଚିନ୍ମୟ ନନ୍ଦ ଓ କୋଚ୍ ତାରିଣୀ ପ୍ରସାଦ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।

Post a Comment

Previous Post Next Post