ପାରଳା - ଗୁଣୁପୁର ରେଳପଥରେ ପଡ଼ିଲା ବିରାଟ ଗଛ, ରେଳ ଚଳାଚଳ ବାଧାପ୍ରାପ୍ତ

 


ଗଜପତି  ମୋ ନିୟୁଜ ଓଡିଶା (୩୦/୬/୨୦୨୪): ଗଜପତି ଜିଲ୍ଲାରେ ରାସ୍ତା ଓସାର କରିବା ପାଇଁ ପୂର୍ତ୍ତ ବିଭାଗ କାମ ଆରମ୍ଭ କରିଛି I ଏଥିନୁଯାୟୀ ରାସ୍ତାର ୨ ପାର୍ଶ୍ୱରେ ପାର୍ଶ୍ଵରେ ରହିଥ‌ିବା ଗଛ ଗୁଡିକୁ ଯନ୍ତ୍ରପାତି ଲଗାଇ କଟାଯାଉଛି। ଗଜପତି ଜିଲାର ପାଲ ସିଂ ଠାରେ ଗଛ କଟା ମଧ୍ଯ ଯାଉଥିଲା. ହେଲେ ହଠାତ ଏକ ବିରାଟ ଗଛ ରେଲବାଇ ଟ୍ରାକ୍ ଉପରେ ପଡିଯାଇଥିଲା. ଯାହାଦ୍ୱାରା ରେଲପଥର ବିଦ୍ୟୁତ ତାର ଛିଣ୍ଡି ଗଲା. ଯାହାଫଳରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଥିଲା| ଏଥିରେ ଜଣେ ଶ୍ରମିକ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହୋଇଛନ୍ତି. ରେଳ ବିଭାଗ ଖବର ପାଇ ଟ୍ରାକରେ ଚଳାଚଳ କରୁଥିବା ରାଜ୍ୟରାଣୀ ଓ ବିଶାଖାପାଟଣା ଟ୍ରେନକୁ ଦୀର୍ଘ ସମୟ ଧରି ପାରାଳାଖେମୁଣ୍ଡି ଠାରେ ଅଟକାଇ ରଖୁଥିଲୋ ଟ୍ରାକରୁ ଗଛକୁ ବାହାର କରିବା ପରେ ରେଳ ବିଭାଗ ବିଦ୍ୟୁତ୍ ତାର ମରାମତି କରି ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରିଥିଲୋ ଏହାପରେ ଟ୍ରେନ୍ ଚଳାଚଳ ସ୍ଵାଭାବିକ ହୋଇଥିଲା I   ଗଜପତି  ଜିଲାରୁ ମନୋଜ କୁମାର ପାଢୀ

Post a Comment

Previous Post Next Post