ଦିଗପହଣ୍ଡି ବିଧାୟକଙ୍କୁ ବିପୁଳ ସ୍ୱାଗତ ସହ ଅଭିଯୋଗ ଜଣାଇଲେ ରୋହିଗାଁ ପଞ୍ଚାୟତବାସୀ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବିଧାନସଭା ନିର୍ବାଚନରେ ବିଜୟୀ ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟା ସହ ବ୍ୟକ୍ତିଗତ ସମସ୍ୟାର ଅଭିଯୋଗ ଶୁଣିଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନବ ନିର୍ବାଚିତ ବିଧାୟକ ଡଃ. ସିଦ୍ଧାନ୍ତ ମହାପାତ୍ର । ସେ କୁକୁଡାଖଣ୍ଡି ବ୍ଲକର ରୋହିଗାଁ ପଞ୍ଚାୟତର ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ବିଧାୟକ ଶ୍ରୀ ମହାପାତ୍ର ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣାଣି କରିବାକୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପାଳନ କରିଥିବା କହିଛନ୍ତି । ରୋହିଗାଁ ପଞ୍ଚାୟତ ଅଧିନରେ ଥିବା ତିନୋଟି ଗ୍ରାମର ୫୦୦ ରୁ ଉର୍ଦ୍ଧ ଅଭିଯୋଗ ରହିଥିବା ଜଣାପଡିଛି। ସେଥି ମଧ୍ୟରୁ ନଳିହାଡ, ରୋହିଗାଁ, ପାଣ୍ଡିଆଝୋଳି ଗ୍ରାମର ବହୁ ଚାଷୀ ଜଳାଭାବ କାରଣରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ସେହିପରି ଆବାସ ଯୋଜନା ଗରିବଙ୍କ ଠାରେ ପହଞ୍ଚାଇବାକୁ ସ୍ଥିର କରିଥିଲେ । ଜନସାଧାରଣ ନିଜ ନିଜ ଅଭିଯୋଗ ଏକ ଦରଖାସ୍ତ ଲେଖି ବିଧାୟକଙ୍କୁ ଦେବା ସହ। ଜଣାଇଥିବା ସମସ୍ୟା ଗୁଡିକ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଶ୍ରୀ ମହାପାତ୍ର ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତି ଦେବା ସହ ଦୁର୍ନୀତି ମୁକ୍ତ ଓ ହିଂସା ମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ନିବେଦନ କରିଥିଲେ । ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂଙ୍କ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବଶିଷ୍ଠ ଜେନା, ଲକ୍ଷ୍ମୀ ସ୍ବାଇଁ, ଲିଲି ସଂଗ୍ରାମ ସିଂ, ଯୁବ ନେତା ପୂର୍ଣ୍ଣ ଜେନା, ନିରଞ୍ଜନ ସ୍ବାଇଁ, ଫକୀର ବେହେରା, ଉଦୟ ଚନ୍ଦ୍ର ବିଷୋୟୀ, ସୁଶାନ୍ତ ବିଷୋୟୀ, ବିକ୍ରମ ଡାକୁଆ, ଟୁକୁନା ସେଠୀ, ନିରାକାର ଭୁୟାଁ, ସିମାଞ୍ଚଳ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପଞ୍ଚାୟତବାସୀ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ଶୁଣାଇଥିଲେ ।

Post a Comment

Previous Post Next Post