ନୀଳମାଧବ ଫାଉଣ୍ଡେସନ ପକ୍ଷରୁ ଅଳିଆ ଆବର୍ଜନା ଉଦ୍ଧେଶ୍ୟରେ ପ୍ରଶାସନଙ୍କୁ ଦାବିପତ୍ର

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବଡ଼ଗଡ଼/ସୋରଡ଼ା :ମୋ ନିୟୁଜ ଓଡିଶା ସ୍ଥାନୀୟ ବଡ଼ଗଡ଼ ସହରର ଦୋକାନ ବଜାରରୁ ଦୈନନ୍ଦିନ ବାହାରୁଥିବା ଅଳିଆ ଆବର୍ଜନାକୁ ସଠିକ୍ ଭାବେ ପରିଚାଳନା ନିମନ୍ତେ ନିକଟସ୍ଥ ପଦ୍ମପୁର ଗ୍ରାମ ଯିବା ରାସ୍ତାକୁ ବଡ଼ଗଡ଼ ଗ୍ରାମପଞ୍ଚାୟତର ଅଘୋଷିତ MCC ସେଣ୍ଟର୍ ବା ସମ୍ପଦ କେନ୍ଦ୍ରକୁ ପଦ୍ମପୁର ଏବଂ ଆଖପାଖ ଗାଁ ଲୋକେ ନିନ୍ଦା କରିଛନ୍ତି । ସୂଚନା ପ୍ରକାରେ, ସ୍ଥାନୀୟ ହାଇସ୍କୁଲ ଛକ  ୟୁନିଅନ୍ ବ୍ୟାଙ୍କ୍ ଠାରୁ ପଦ୍ମପୁରର ଘାଗଡ଼ାବନ୍ଧ ଛକ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ କିଛିଦିନ ହେବ ବଳକା ଓ ପଚସଢ଼ା ପନିପରିବା, ସେଲୁନର ବର୍ଜ୍ୟବସ୍ତୁ, ଘରୋଇ ଅଳିଆ ଆଦିକୁ ସିଧାସଳଖ ଉକ୍ତ ରାସ୍ତାରେ ପକାଯାଉଛି ଯଦ୍ୱାରା କି ପଥିକ ଯଥା ସ୍କୁଲ କଲେଜ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ତଥା ସମସ୍ତ ଜନସାଧାରଣ ଦୈନିକ ବିଭିନ୍ନ ବାଣିଜ୍ୟ, ସ୍ବାସ୍ଥ୍ୟ, ଶିକ୍ଷା, ଅଫିସ ଓ ବ୍ୟାଙ୍କ ସେବା କାର୍ଯ୍ୟରେ ଆସି ବିଭିନ୍ନ ସଂକ୍ରାମକ ଭଳି ରୋଗରେ ପୀଡ଼ିତ ହେବାର ଢେର ସମ୍ଭାବନା ରହିଛି । ଏହାଛଡ଼ା ବଡ଼ଗଡ଼ ସହରକୁ ଦିଆଯାଇଥିବା ଅଳିଆ ସଂଗ୍ରହ ଗାଡ଼ି ଏବଂ ଏଗୁଡ଼ିକର ସଠିକ୍ ପରିଚାଳନା ପାଇଁ ମୁକୁଳା ଏବଂ ଅଦରକାରୀ ହୋଇପଡ଼ିରହିଥିବା ଏମ ସି ସି ସେଣ୍ଟର୍ ବା ସମ୍ପଦ କେନ୍ଦ୍ର କାହା ସ୍ୱାର୍ଥରେ ଆଜି ଯାଏଁ ପ୍ରଶ୍ନ ଘେରରେ । ଏହିସବୁ ଭିତ୍ତିକରି ସ୍ଥାନୀୟ ନୀଳମାଧବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ, ରାଜ୍ୟ ଓ କେନ୍ଦ୍ର ପ୍ରଶାସନ ଉଦ୍ଧେଶ୍ୟରେ ଚିଠି ପ୍ରେରଣ କରାଯାଇଛି । ଏବଂ ଏଥିପ୍ରତି ସ୍ଥାନୀୟ ସରପଞ୍ଚ ଏବଂ ପ୍ରଶାସନ ତୁରନ୍ତ ଧ୍ୟାନ ନଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଏହାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଏନ୍.ନୀଳମାଧବ ପାତ୍ର କହିଛନ୍ତି ।

Post a Comment

Previous Post Next Post