ଗତକାଲି ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ଶେଷ ହୋଇଛି। ତେବେ ଆଜି ଅର୍ଥାତ୍ ମଂଗଳବାର ସଂଧ୍ୟା ୭ ଘଣ୍ଟା ସମୟରେ ରାଜନୈତିକ ହିଂସା ଘଟିଥିବା ଦେଖିବାକୁ ମିଳିଛି। ବିଜେପିର ଜଣେ କର୍ମକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମୁଣ୍ଡଳ ର ତପନ କୁମାର ବିଶ୍ବାଳ ନାମକ ଜଣେ ଯୁବକଙ୍କ ଆକ୍ରମଣ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
Tags:
ମୁଖ୍ୟ ଖବର