(ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର:ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର କୁକୁଡା ଖଣ୍ଡି ବ୍ଳକ ରାଜନୈତିକ କ୍ଷେତ୍ର ରେ ପ୍ରମୁଖ ଭୁମିକା ରହିଛି।କୁକୁଡା ଖଣ୍ଡି ବ୍ଳକ୍ ର ଅଙ୍କୁଶ ପୁର ଗ୍ରାମରେ ତୈଳିକ ବୈଶ୍ୟ ସମାଜ ର କିଛି ଲୋକ ବସବାସ କରୁଛନ୍ତି।ସେହି ଗ୍ରାମର ମହୁରୀ ମଣ୍ଡଳ ହଳଦିଆ ତୈଳକ ବୈଶ ସମାଜ ଆଞ୍ଚଳିକ କମିଟି ବିରୋଧ ରେ ସଦର ଥାନାରେ ସାମାଜିକ ବାସନ୍ଦ ଉପରେ ଦିଆ ଯାଈଥିବା ଅଭିଯୋଗ ପତ୍ରକୁ ଖଣ୍ଡନ କରି ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।ନୂତନ କମିଟି କର୍ତା ମାନେ ଅଭିଯୋଗ ଆଣିଛନ୍ତି ଆଜି ପର୍ଯ୍ୟନ୍ତ ଗ୍ରାମରେ ବସବାସ କରୁଥିବା ଲୋକ ମାନଙ୍କୁ କୈଣସି ପ୍ରକାରର ବାସନ୍ଦ,ପାଣି, ନିଆଁ ମନା କରାଯାଈ ନାହିଁ।ଏହି ସମାଜର ମୂଳ ଲକ୍ଷ୍ୟ ହେଲା ସମସ୍ତେ ମିଳିମିଶି ରହିବା ଏହିଭଳି କାର୍ଯ୍ୟକ୍ରମ କୁ ବଦନାମ କରିବା ପାଇଁ କିଛି ଅଭିଯୋଗ କାରୀ ପ୍ରଫୁଲ୍ଲ ଚନ୍ଦ୍ର ସାହୁ କ୍ରୃଷ୍ଣ ଚନ୍ଦ୍ର ସାହୁ,ଆକ୍ରୋଶ ମୂଳକ ଭାବେ ତୈଳିକ ବୈଶ୍ୟ ସମାଜ ର ସଭାପତି ପର୍ଶୁରାମ ସାହୁ,ସତ୍ୟ ନାରାୟଣ ସାହୁ,ମାଧବ ସାହୁଙ୍କ ବିରୋଧ ରେ ଆଇନଜୀବୀ ଙ୍କ ପରାମର୍ଶ ନେଈ ବାସନ୍ଦ ଅଭିଯୋଗ ର ଏକ ସୂଚନା ପଠାଈ ଥିଲେ।ଏହି ବିଷୟକୁ ନେଇ ଆଇନଜୀବୀ ଙ୍କ ପରାମର୍ଶ ସତ୍ୟାସତ ପ୍ରକାଶ ପାଇବାର ପରେ ପୁଣି ଏକ ଏନ୍.ଜି.ଓ,.ଙ୍କ ମାଧ୍ୟମରେ ସଦର ଥାନାରେ ସଦର ଥାନାରେ ସାମାଜିକ ବାସନ୍ଦ ଅଭିଯୋଗ କୁ ନେଈ ଅଙ୍କୁଶ ପୁର ଗ୍ରାମର ମହରୀ ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜର ଗଡର ସଭାପତି ପର୍ଶୁରାମ ସାହୁ ଙ୍କ ନେତୃତ୍ବରେ ପ୍ରାୟ ୩୯୦ ପରିବାର ସଭ୍ୟ ସଭ୍ୟା ମାନେ ଏକତ୍ରିତ ହୋଇ ପ୍ରାୟ ୨/୩ ପର୍ଯ୍ୟନ୍ତ ଉତେଜନା ଲାଗି ରହିଥିବା ପରେ ଥାନା ଅଧିକାରୀ ଉଭୟ ଦଳର ଲୋକ ମାନଙ୍କୁ ଡାକି ପରସ୍ପର ଭିତରେ ଏକ ବୁଝାମଣା କରି ଥିଲେ ଏବଂ ବାସନ୍ଦ ବିଷୟରେ କୈାଣସି ସୂଚନା ମିଳି ନଥିବାରୁ ଗ୍ରାମର ପୁରୁଖା ଲୋକ ମାନଙ୍କୁ ଡାକି ସମସ୍ତେ ମିଳିମିଶି ଚଳିବା ପାଇଁ ଏକ ରାଜିନାମା ସ୍ବାକ୍ଷର ହୋଈଥିବା ସୂଚନା ମିଳିଛି।