ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ

ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର  ପାଢୀ):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଟାଙ୍ଗିଲି ପଞ୍ଚାୟତ ସ୍ଥିତ ଲଫଲାଙ୍ଗ ଠାରେ ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାମଗିରି ସ୍ଥିତ ମହେନ୍ଦ୍ରଗିରିମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସୁଶ୍ରୀ ଭବାନୀ ଦାସ ଯୋଗ ଦେଇ ମା’ମାନଙ୍କ ମାର୍ଗଦର୍ଶନ କରିଥିଲେ। ସେହିଭଳି, ଉପଦେଷ୍ଟା ସୁଦର୍ଶନ ମଣ୍ଡଳ ଶବର ସମାଜର ପ୍ରତିଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ସଭାପତି ଶିବ ମଣ୍ଡଳ, ଉପସଭାପତି ସନ୍ୟାସୀ କାର୍ଜୀ, ସୁଦାମ ଚରଣ ମଣ୍ଡଳଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ନାରାୟଣ

ରଇତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post