ଇତିହାସ ରଚିଲେ ଶୁଭସ୍ମିତା


ନୁଆଗଡମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ 26/5/ ଗତକାଲି  ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ତରଫରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଅଛି । ଏହି ପରିକ୍ଷା ଫଳରେ ଗଜପତି ଜିଲା ନୁଆଗଡ ବ୍ଲକର  ଗ୍ରାମ ନିବାସି ସୁଶ୍ରୀ ଶୁଭସ୍ମିତା ସାହୁ ଦଶମ ଶ୍ରେଣୀ ପରିକ୍ଷା ଫଳରେ A1 (୯୦ସତକଡା)  ଗ୍ରେଡ୍ରରେ ପାସ୍ ହୋଇ କୁତିତ୍ବ ଅର୍ଜନ କରିଛନ୍ତି। ସେ ଲକ୍ଷ୍ମୀନୃସିଂହ ନୋଡଲ ବିଦ୍ୟାପୀଠ  ଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ସାହୁ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା କୁମାରୀ ସାହୁଙ୍କ ଏକ ମାତ୍ର କନ୍ୟା ସନ୍ତାନ ଅଟନ୍ତି। ସ୍ଥାନୀୟ ନୂଆଗଡ ସରସ୍ବତୀଶିଶୁ ମନ୍ଦିରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠ ପଢାସରିଲା ପରେ ଦିଗପହଣ୍ଡି ସରସ୍ମତୀଶିଶୁ   ମନ୍ଦିରରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପଯ୍ୟନ୍ତ ଅଧ୍ୟୟନ କରୁଥିଲେ। ଏହି ନୂଆଗଡ ଅଞ୍ଚଳର ଝିଅ ପ୍ରଥମଥର ପାଇଁ A1 ଟପର ହୋଇ ପାସ୍ କରିଥିବା ଯୋଗୁଁ ନିଜର ପରିବାର ବର୍ଗ , ପ୍ରଧାନ ଆର୍ଚାଯ୍ୟ,ଗୁରୁଜୀ  ,ଗୁରୁମାଙ୍କ ଠାରୁ ଶୁଭେଛା ଓ ଆଗାମୀ ଭବିଷ୍ୟତ ପାଇଁ ଶୁଭମନାସୀ  ଆଶ୍ରୀବାଦ କାମନା କରିଛନ୍ତି।

Post a Comment

Previous Post Next Post