ଯୁବକଙ୍କ ମୃତଦେହ ଉଦ୍ଧାର

 


ଗଜପତି ମୋ ନିୟୁଜ ଓଡିଶା (୨୬/୫/୨୦୨୪):ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଏସ୍. ରାଉତପୁର ଗ୍ରାମ ନିକଟସ୍ଥ ରାସ୍ତାକଡରୁ ଉଦ୍ଧାର ହୋଇଛି। ତେବେ ଏହା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଆଲୋଚନା ହେଉଛି। ଘଟଣାରୁ ପ୍ରକାଶ ତୋଟାଗୁମୁଡା ଗ୍ରାମର ହରିଶ୍ଚନ୍ଦ୍ର ମୁନୀ (୩୧) ନାମକ ଜଣେ ଯୁବକ ବୁଧବାର ଦିନ ନିଜ ଘରୁ କେଉଁ ଆଡେ ନିଜ ବାଇକ ଧରି ଯାଇଥିଲେ। ବୁଧବାର ରାତି ଏବଂ ଗୁରୁବାର ଦିନ ତାଙ୍କର ଦେଖା ନମିଳିବାରୁ ତାଙ୍କ ପରିବାର ବର୍ଗ ବହୁ ଖୋଜାଖୋଜି କରିଥିଲେ | ଗୁରୁବାର ଏସ୍. ରାଉତପୁର ଗ୍ରାମ ନିକଟରେ ରାସ୍ତାକଡ଼ରେ ତାଙ୍କ ମୃତଦେହକୁ ତାଙ୍କମା ଏବଂ ତାଙ୍କ ସମ୍ପର୍କୀୟ ମାନେ ବାଇକଟି ହରିଶ୍ଚନ୍ଦ୍ରଙ୍କ ଉପରେ ପଡ଼ିଥିବା ଅବସ୍ଥାରେ ଦେଖୁଥିଲେ । ପରେ ଗୁରାଣ୍ଡି ପୁଲିସକୁ ଖବର ଦେଇଥିଲେ। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ‘ରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ତତ୍ତ୍ୱାବଧାନରେ ପୁଲିସ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିମନ୍ତେ ଶବବ୍ୟବଚ୍ଛେଦ ପଠାଇଥିଲେ। ଏନେଇ ଗୁରାଣ୍ଡି ଥାନାରେ ମାମଲା ରୁଜୁ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବାର ତଦନ୍ତକାରୀ ଅଧିକାରୀ ଏଏସଆଇ  ସୂଚନା ଦେଇଛନ୍ତି।

Post a Comment

Previous Post Next Post