ବିଜେପି-ବିଜେଡି ଓ ତା'ର ସହଯୋଗୀମାନଙ୍କୁ ପରାସ୍ତ କର


 ମୋ ନିୟୁଜ ଓଡିଶା 

ରାଜ୍ୟରେ ଏବଂ ଦେଶରେ ଏକ ଧର୍ମ ନିରପେକ୍ଷ ଦଳ ପ୍ରତିଷ୍ଠା ପାଇଁ ଶକ୍ତି ବୃଦ୍ଧି କର 

ଢେଙ୍କାନାଳ,୨୬ା୪: ନରେନ୍ଦ୍ର ମୋଦି ସରକାର ଏକ ମିଥ୍ୟାବାଦୀ, ଜନବିରୋଧୀ ଏବଂ ଏକଛାତ୍ରବାଦୀ ସରକାର । ମୋଦିଙ୍କ ନେତୃତ୍ୱରେ ଦେଶରେ ଧର୍ମ ନିରପେକ୍ଷତା, ଗଣତନ୍ତ୍ର, ସଂଘିୟ ଢାଂଚା, ସାମାଜିକ ନ୍ୟାୟ ଏବଂ ଆର୍ଥିକ ସାର୍ବଭୌମତ୍ୱ ଭୂଲୁଣ୍ଠିତ ହୋଇଛି । ନିର୍ବଚନ ବଣ୍ଡ ନାମରେ ରାଜନୈତିକ ଦୁର୍ନୀତିକୁ ଏହି ସରକାର ବୈଧକରଣ କରି ବିଶ୍ୱରେ ସବୁଠାରୁ ବଡ ଦୁର୍ନୀତି କରିଛନ୍ତି । ବିଗତ ୪୫ବର୍ଷ ଭିତରେ ବେକାରୀ ସମସ୍ୟା ଏଭଳି ଭୟଙ୍କର ରୂପ ନେଇ ନଥିଲା । ଉକ୍ରଟ ଦର ଭିତରେ ଜନସାଧାରଣ ଜର୍ଜରିତ, ଶିଳ୍ପ ଜଗତରେ ମାନ୍ଦା ଅବସ୍ଥା ଏବଂ କୃଷି  କ୍ଷେତ୍ରରେ ତୀବ୍ର ସଂକଟ ଲାଗି ରହିଛି । କୃଷକର ଫସଲ ପାଇଁ ଏମ୍ଏସ୍ପିର ଆଇନ୍ଗତ ଗ୍ୟାରେଂଟି  କେନ୍ଦ୍ର ସରକାର ଦେଲେ ନାହିଁ । ଅନ୍ୟପକ୍ଷରେ କୃଷକମାନଙ୍କ ଉପରେ ବିଜେପିର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ଗାଡି ଚଢାଇ ହତ୍ୟାକଲେ । ଦିଲ୍ଲୀରେ ଧାରଣା ଦେଇ ଦେଇ ୭୨୩ କୃଷକ ସହୀଦ ହେଲେ । କିନ୍ତୁ କେନ୍ଦ୍ର ସରକାର କୃଷକମାନଙ୍କ ଋଣ ଛାଡ ନକରି କର୍ପୋରେଟରମାନଙ୍କ ଋଣ ଛାଡ କଲେ, ଯାହାକି ପାଖାପାଖି ୧୬ଲକ୍ଷ କୋଟି । ଠିକ୍ ସେହିଭଳି ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଥିବା ୪୪ଟି ଆଇନ୍ ମଧ୍ୟରୁ ୧୫ଟି ଆଇନ୍କୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଆଇନ୍କୁ ଅକାମୀ କରିବା ପାଇଁ ୪ଟି ସ୍ତମ୍ବ କୋର୍ଡରେ ପରିଣତ କଲେ । ଯାହାକି ଶ୍ରମିକମାନଙ୍କର ଅଧିକାର ଛଡାଇ ନେଇଯାଇ ମାଲିକମାନଙ୍କ ପାଇଁ ପଥ ପରିସ୍କାର ହେଲା । ଠିକ୍ ସେହିଭଳି ଓଡିଶାର ନବୀନ ସରକାରଙ୍କର ୨୪ବର୍ଷ ଶାସନରେ ରାଜ୍ୟବାସୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ । ବେକାରୀ ସମସ୍ୟାରେ ଜର୍ଜରିତ ଓଡିଶାର ଯୁବ ସମାଜ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଭଳି ଅତି ଆବଶ୍ୟକ ବିଷୟ ବସ୍ତୁ ଗୁଡିକର କେବଳ ପ୍ରଚାର ଏବଂ ପିସି ଖାଇବା ପାଇଁ ଉଦ୍ଦିଷ୍ଟ । ଦଳିତ ଆଦିବାସୀମାନଙ୍କ କଥା ନକହିବା ଭଲ । ରାଜ୍ୟ ସରକାରଙ୍କର ୧ଲକ୍ଷ ୩୩ହଜାର ପଦବୀ ଖାଲି ପଡିଥିବାବେଳେ ସ୍ଥାନୀୟ ନିଯୁକ୍ତି ନଦେଇ ଭୋକ ବିକଳ ଓଡିଆ ଯୁବକମାନଙ୍କୁ ଠିକାରେ ନିଯୁକ୍ତି ଦେଇ ସେମାନଙ୍କ ପ୍ରାପ୍ୟରୁ ୩୦ ଭାଗ ଲୁଟ୍ କରାଯାଉଛି । ବିଗତ ଦିନମାନଙ୍କରେ ବିଜେପି ବିରୋଧରେ ଲଢିବାର ପ୍ରତିଶ୍ରୁତି ଦେଇ ଓଡିଆଙ୍କ ଠାରୁ ଭୋଟ୍ ନେଇ କେନ୍ଦ୍ରର ବିଜେପି ସରକାରଙ୍କର ସମସ୍ତ ଜନବିରୋଧୀ କାର୍ଯ୍ୟକ୍ରମକୁ ସମର୍ଥନ କରି ଏବଂ ଚଳିତ ନିର୍ବାଚନରେ ମଧ୍ୟ ମିଳିତ ଭାବେ ଲଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିଲେ ମଧ୍ୟ ଶେଷ ମୁହୂର୍ତରେ ଓଡିଶାବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଘୋଷିତ ମେଂଟ କରାଯାଇଛି । ଏହି ପୃଷ୍ଠ ଭୂମିରେ ଆମେ ସମତାକ୍ରାନ୍ତି ଦଳ, ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଏବଂ ବିଭିନ୍ନ ଗଣ ସଂଗଠନଙ୍କ ତରଫରୁ ଢେଙ୍କାନାଳ ଅନୁଗୁଳ ବାସୀଙ୍କୁ ନିବେଦନ କରୁଅଛୁକି, ଦେଶ, ସମ୍ବିଧାନ ଜନ ଅଧିକାରର ଇତ୍ୟାଦି ସୁରକ୍ଷା ପାଇଁ କେନ୍ଦ୍ରରୁ ବିଜେପି ଏବଂ ୨୪ବର୍ଷ ଧରି ଶାସନ ଚଳାଇ ଆସିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ  ଅଣ ଓଡିଆ କର୍ପୋରେଟ୍ ଏଜେଂଟ୍ ମାନଙ୍କୁ କ୍ଷମତାରୁ ହଟାଇବା ଏକ ଜରୁରୀ କର୍ତବ୍ୟ ଅଟେ । ତେଣୁ ଇଣ୍ଡିଆ ମେଂଟ ସମର୍ଥôତ ପ୍ରାର୍ଥୀମାନଙ୍କୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଅନୁରୋଧ କରାଯାଉଅଛି । ଏହି ଅବସରରେ  ସ୍ଥାନୀୟ ଏଲ୍.ଆଇ.ସି. ଲେନ୍ସ୍ଥିତ ହୋଟେଲ୍ ଦେବକନ୍ୟା ଠାରେ ସମତା କ୍ରାନ୍ତି ଦଳର ରାଜ୍ୟ ସଂପାଦକ ସରୋଜ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ସିପିଆଇର ଜିଲ୍ଲା ସଭାପତି ରବି ରଥ, ସିପିଆଇଏମ୍ର ଜିଲ୍ଲା ସଭାପତି ସର୍ବଜ୍ଞ ସାହୁ, ସିପିଆଇଏମ୍ଏଲ୍ର ଜିଲ୍ଲା ସଭାପତି ଶ୍ରୀନିବାସ ସାହୁ, ଢେଙ୍କାନାଳ  ବିଧାନସଭା ପ୍ରାର୍ଥୀନୀ ସୁସ୍ମିତା ସିଂହଦେଓ, ଜିଲ୍ଲା ମହିଳା କଂଗ୍ରେସ୍ ସଭାନେତ୍ରୀ ସ୍ମିତାରାଣୀ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜନ ବେହେରା, କଂଗ୍ରେସର ବରିଷ୍ଠ ସଦସ୍ୟ ରବି ମହାନ୍ତିଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

Post a Comment

Previous Post Next Post