ଗଜପତି,ମୋ ନିୟୁଜ ଓଡିଶା ୨୬/୪/୨୦୨୫:ରାଜନୀତିରେ ସବୁକିଛି ସମ୍ଭବ. ଶତ୍ରୁ କିମ୍ବା ମିତ୍ର ରାଜନୀତିରେ କୌଣସି ଫରକ ପଡେନାହିଁ. ଗତ ୧୯୧୯ ନିର୍ବାଚନର ପ୍ରତିଦ୍ବନ୍ଦୀ ଚଳିତ ୨୦୨୪ ନିର୍ବାଚନରେ ସାରଥୀ ପାଲଟିଥିବା ଚର୍ଚ୍ଚାର ବିଷୟ ହୋଇଛି. ସୂଚନାଯୋଗ୍ୟଯେ ଗତ ୨୦୧୯ ନିର୍ବାଚନରେ ତତକାଳୀନ ବିଧାୟକ କେ. ସୂରିୟା ରାଓ ତିରୁପତି ପାଣିଗ୍ରାହୀଙ୍କ ପ୍ରତିଦ୍ବନ୍ଦୀ ଥିଲେ. କେବଳ କେ. ସୂରିୟା ରାଓ ପ୍ରତିଦ୍ବନ୍ଦୀ ହେବାରୁ ତିରୁପତି ପାଣିଗ୍ରାହୀ ଗତ ନିର୍ବାଚନରେ ପରାଜିତ ହୋଇଥିଲେ. ହେଲେ ବର୍ତ୍ତମାନର ୨୦୨୪ ନିର୍ବାଚନରେ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୁପେଶ ପାଣିଗ୍ରାହୀଙ୍କ ପାଇଁ ନିର୍ବାଚନ ପ୍ରଚାର କମିଟିର ଅଧକ୍ଷ ହେଲେ କେ. ସୂରିୟା ରାଓ. ବର୍ତ୍ତମାନର ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ଆସନ ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ପୂର୍ବତନ ବିଧାୟକ କେ. ସୁରିଆ ରାଓ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦ୍ୱାରା ପ୍ରେରିତ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଛି. ଏହାକୁ ନେଇ ସୁରିଆ ରାଓ ନିଜେ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି । ଏହି ଆସନରୁ ଶିଳ୍ପପତି ଡ. ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସୂଚନାଯୋଗ୍ୟଯେ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକଟ ପାଇଁ ଉଭୟ କେ. ସୁରିଆ ରାଓ ଓ ଡ.ତିରୁପତି ପାଣିଗ୍ରାହୀ ଆଶାୟୀ ରହିଥିଲେ ।ଉଭୟଙ୍କ ମଧ୍ୟରେ କଂଗ୍ରେସ ଟିକେଟ ପାଇଁ ବେଶ ପ୍ରତିଯୋଗିତା ହୋଇଥିଲା. ତେବେ ଶେଷରେ କଂଗ୍ରେସ ଦଳ କେ. ସୁରିଆ ରାଓଙ୍କ ଉପରେ ରେ ଭରସା କରି ଟିକେଟ ଦେଇଥିଲା. କଂଗ୍ରେସର ଟିକଟରୁ ବାଦ ପଡିଥୂବା ତିରୁପତି ପାଣିଗ୍ରାହୀ ସ୍ଵାଧୀନ ଭାବେ ପ୍ରତିଦ୍ଵନ୍ଦିତା କରିଥିଲେ । ଗତ ୧୯୧୯ ନିର୍ବାଚନ ପୂର୍ବରୁ ଏବଂ ପ୍ରାର୍ଥୀପତ୍ର ଦାଖଲ ବେଳେ ତିରୁପତି ପାଣିଗ୍ରାହୀ ନିଜେ କଂଗ୍ରେସରୁ ପ୍ରାର୍ଥୀ ହେଉଥିବା ପ୍ରଚାର କରି ଆସୁଥିଲେ.କେବଳ ସୂରିୟା ରାଓଙ୍କ ଲାଗି ତିରୁପତି ପାଣିଗ୍ରାହୀ ଗତ ୧୯୧୯ ନିର୍ବାଚନରେ ପରାଜିତ ହୋଇ ୨ ୟ ସ୍ଥାନରେ ରହିଥିଲେ. ଗତ ୨୦୧୯ ନିର୍ବାଚନ ପରେ କେ. ସୂରିୟା ରାଓ କଂଗ୍ରେସରୁ ଇସ୍ତଫା ଦେଇ ରାଜନୀତିରୁ ଦୁରେଇ ରହିଥିଲେ. ବର୍ତ୍ତମାନ କିଛି ଦିନ ତଳେ ସେ ବିଜେଡି ଦଳରେ ସାମିଲ ହୋଇଥିଲେ. ସେହିପରି ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତିରୁପତି ପାଣିଗ୍ରାହୀ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜେଡିକୁ ବହୁ ମତରେ ନିର୍ବାଚିତ କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନର ୨୦୨୪ ନିର୍ବାଚନରେ ତିରୁପତି ପାଣିଗ୍ରାହୀ ତାଙ୍କ ପୁଅକୁ ବିଜେଡି ଟିକେଟରେ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନ ଗତ ୧୯୧୯ ନିର୍ବାଚନର ୨ ପ୍ରତିଦ୍ବନ୍ଦୀ ତିରୁପତି ଓ ସୁରିଆ ବର୍ତ୍ତମାନ ବିଜେଡିରେ ଅଛନ୍ତି. ହେଲେ ଉଭୟ ପ୍ରତିଦ୍ଵନ୍ଦୀ ବର୍ତ୍ତମାନ ମିତ୍ର ପାଲଟିଛନ୍ତି. ରାଜନୀତିରେ ସବୁକିଛି ସମ୍ଭବ ଏଥିରେ ସ୍ପଷ୍ଟ ହୋଇଛି. ଗତ ନିର୍ବାଚନରେ ତିରୁପତିଙ୍କ ପ୍ରତିଦ୍ବନ୍ଦୀ ଚଳିତ ନିର୍ବାଚନରେ ତାଙ୍କ ପୁଅ ବିଜେଡି ପ୍ରାର୍ଥୀ ରୁପେଶ ପାଣିଗ୍ରାହୀଙ୍କ ନିର୍ବାଚନ ପ୍ରଚାରର ଅଧକ୍ଷ ନିଯୁକ୍ତି ପାଇ ପାରଳା ଆସନରେ ନିର୍ବାଚନ ପ୍ରଚାରର ସମସ୍ତ ଦାୟିତ୍ୱ ତୁଲାଇବେ. ତେବେ ଆଗାମୀ ଦିନରେ ଏହାର ଫଳାଫଳ ଓ ପ୍ରଭାବ କିପରି ରହିବ ତାହା ଜଣା ପଡିବ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ।
Tags:
ରାଜନୀତି