( ଗଞ୍ଜାମ ଜିଲ୍ଲା ବିରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ପ୍ରାର୍ଥୀ ଭାବେ ବିଶାଳ ଜନସମୁଦ୍ର ଓ
ବିଶାଳ ସଂଖ୍ୟକ ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କଲେ ରମେଶ ଚନ୍ଦ୍ର ଜେନା l ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ଜେନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଜନ ସେବା ଓ ଜନହିତକର କାର୍ଯ୍ୟ ଏବଂ ଜନସାଧାରଣଙ୍କ ଦୁଃଖ ସୁଖରେ ସାଥି ହୋଇ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବାସୀଙ୍କ ମନ ଜିତିଛନ୍ତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା l ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବାରମ୍ବାର ବିଜୟୀ ହାସଲ କରି ବିରୋଧୀ ଦଳକୁ ଧରାଶାୟୀ କରି ଆସିଛନ୍ତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା l ସେହିଭଳି ଆଜି ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ଜନସମୁଦ୍ର ଦେଖିବାକୁ ମିଳିଥିଲା l ପ୍ରଥମେ ରମେଶ ଜେନା ମା ନାରାୟଣୀଙ୍କୁ ଦର୍ଶନ କରି ନିଜ ସମର୍ଥକଙ୍କ ସହ ଏକ ବିରାଟ ରୋଡ଼ ଶୋ ରେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l