କାମାକ୍ଷାନଗରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲ୍‌ରେ ଭର୍ତ୍ତି



ମୋ ନିୟୁଜ ଓଡିଶା କାମାକ୍ଷାନଗର ପୋଲିସର ଏନକାଉଣ୍ଟର । ଏହି ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର । ଗୁରୁତର ସୁବାଷକୁ କଟକ ଏସସିବିକୁ ସ୍ଥାନାନ୍ତରିତ କରିଛି ପୋଲିସ । କୁଖ୍ୟାତ ଅପରାଧି ସୁବାଷର ବାମ ଗୋଡ଼ ଜଙ୍ଘ ଓ ପାଦରେ ଗୁଳି ବାଜିଥିବା ସୂଚନା । ବୋମା ଫୋପିଡି ଖସି ଯାଉଥିବାକୁ ଉଦ୍ୟମ କରୁଥିବା ବେଳେ ପାଲଟା ଏନକାଉଣ୍ଟର କରିଥିଲା ପୋଲିସ 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ଆଜି କାମାକ୍ଷାନଗର ପୋଲିସ ଏନକାଉଣ୍ଟର କରିଛି । ସୁବାଷର ବାମ ଗୋଡ଼ ଜଙ୍ଘ ଓ ପାଦରେ ଦୁଇଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ସୁବାଷକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । କାମାକ୍ଷାନଗର ରାମିଆଳ ନଦୀକୂଳ ଖୁଣ୍ଟାପଶି ଜଙ୍ଗଲରେ କାମାକ୍ଷାନଗର ଥାନା ଅଧିକାରୀ ଧୀରେନ ବେହେରା ଏହି ଏନକାଉଣ୍ଟର କରିଛି । ସୂଚନା ଅନୁସାରେ, ସୁବାଷକୁ ଗିରଫ କରିବାକୁ ଯିବା ବେଳେ ସେ ପୋଲିସ ଉପରକୁ ବୋମା ଫୋପାଡି ଖସି ଯିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ କାମାକ୍ଷାନଗର ଥାନା ଅଧିକାରୀ ତାଙ୍କ ସର୍ଭିସ ରିଭାରଭଲରୁ ଦୁଇ ରାଉଣ୍ଡ ଗୁଳି ମାରିଛନ୍ତି । ଘଟଣାସ୍ଥଳରୁ ଏକ ଦେଶୀ ରିଭାରଭଲ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ ।

Post a Comment

Previous Post Next Post