
କୋଦଳା
ଆଜି ହେଉଛି ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ। ଏହି ପରିପ୍ରେକ୍ଷୀରେ ଏନେଇ ଏକ କର୍ମଶାଳା ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଆଦିତ୍ୟ ପ୍ରସାଦ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଦଳା ତାଲୁକା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା କୋଦଳା ଅତିରିକ୍ତ ଜିଲ୍ଲା ଜର୍ଜ ବିଶ୍ବ ରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ କର୍ମ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ବ୍ୟକ୍ତିବିଶେଷ ପ୍ରାୟତଃ ମାନସିକ,ପାରିବାରିକ, ଆର୍ଥିକ କିମ୍ବା ଶାରୀରିକ ଭାବେ ଚାପଗ୍ରସ୍ତ ପରିସ୍ଥିତର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସେମାନଙ୍କ କାର୍ଯ୍ୟ ଦକ୍ଷତା ସଠିକ ଭାବେ ପ୍ରତିପାଦିତ ହେବାରେ ଅନ୍ତରାୟ ସୃଷ୍ଟି ହୋଇଥାଏ। ଏଥିପାଇଁ ମାନସିକ ସ୍ଥିରତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ,ଯୋଗ, ପ୍ରାଣାୟମ, ପୋଷଣ ଯୁକ୍ତ ସୁଷମ ଖାଦ୍ୟ ଭୋଜନ, ଉତ୍ତମ ନିଦ୍ରା, ପ୍ରଚୁର ଜଳପାନ କରିବା, କର୍ମ ସ୍ଥଳରୁ କିଛି ଦିନ ପାଇଁ ନିବୃତ୍ତ ରହି ମନ ପସନ୍ଦ ସ୍ଥାନରେ ଚିତ୍ତ ବିନୋଦନ କରିବା ସହ ଆଧ୍ୟାତ୍ମିକ ସଙ୍ଗୀତ ଆଦି ଉପଯୋଗ କରି ଅବସାଦ ଲାଘବ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ ଅତିଥି। ଅନ୍ୟ ମାନଙ୍କ ମଧ୍ୟରେ ଜେଏମଏଫସି ଜର୍ଜ ଶୋଭନ କୁମାର ପଣ୍ଡା, ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, କୋଦଳା ଜିଲ୍ଲା ଦୌରାଜଜ୍ ର ଅତିରିକ୍ତ ପି ପି ସୁବାଷ ଚନ୍ଦ୍ର ସାହୁ, ସବ୍ ଜର୍ଜ କୋର୍ଟ ପି ପି ନୀଳାଞ୍ଚଳ ପଲେଇଙ୍କ, ବରିଷ୍ଠ ଆଇନ ଯିବି ଭଗବାନ ହୋତା, ପ୍ରଫୁଲ୍ଲ କୁମାର ମିଶ୍ର, ସମେତ ବହୁ ଆଇନଜୀବୀ,ଫାର୍ମାସିଷ୍ଟ ଅନିଲ ପ୍ରଧାନ ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ମେଡିକାଲ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
