ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ଜିଲୁଣ୍ଡି ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ

ଭଞ୍ଜନଗର : ରାଜ୍ୟସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପରିବେଶ ସଂରକ୍ଷଣ ତଥା ପରିବେଶ ସମ୍ପର୍କରେ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ଜିଲ୍ଲାର୨୨ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ପାଇଁ ଚୟନ ହୋଇଥିଲେ। ଛତ୍ରପୁରସ୍ଥିତ ସିନ୍ଦୁରାପଲ୍ଲୀ ଠାରେ ଗତ ୭ ତାରିଖରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକରୁ ଜିଲୁଣ୍ଡି ମା’ ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସରୋଜଲକ୍ଷ୍ମୀ ଦାସ ଏହି ପୁରସ୍କାର ପାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଶ ବାର୍ଲା, ବ୍ରହ୍ମପୁର ଡ଼ିଏଫ୍‍ଓ ସନ୍ନି ଖୋରକର, ଭଞ୍ଜନଗର ଉତ୍ତର ଘୁମୁସର ଡ଼ିଏଫ୍‍ଓ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ଡ଼ିଏଫ୍‍ଓ ବିପାସା ପାରୁଲଙ୍କ ଉପସ୍ଥିତି ସୁଶ୍ରୀ ଦାସଙ୍କୁ ମାନପତ୍ର ସହ ଦଶ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରେଞ୍ଜର ଫରେଷ୍ଟର, ଛତ୍ରପୁର ଇକୋକ୍ଳବ ଓ ଭାରତ ସ୍କାଉଟ, ଗାଇଡ଼ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜଙ୍କ ସହ ସମସ୍ତେ ମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post