ମା ’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା,  ପ୍ରଥମ ପାଳିରେ ଲକ୍ଷାଧିକ ଜନ ସମାଗମ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ମା' ତାରାତାରିଣୀଙ୍କ ଚୈତ୍ର ମେଳା ୨୦୨୫ ପ୍ରଥମ ପାଳି ମଙ୍ଗଳବାର  ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ମା ‘ ଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଜନସମାଗମ ହୋଇଥିଲା। ରାତ୍ର ୩ ଟା ଠାରୁ ସିଂହ ଦ୍ଵାର ଦେଇ  ପାହାଚ ଚଢି ମନ୍ଦିର ନିକଟକୁ  ଯାଇଥିଲେ। ପ୍ରାତଃ ୫ଟା ସମୟରେ ମହାକାଳୀ ବେଶରେ ମା ‘ ଙ୍କୁ ସାଜସଜା କରାଇ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା। ମା ‘ ଅବକାଶ , ମଙ୍ଗଳ ଆଳତି ,ମଇଲମ ଲାଗିଲା ପରେ ମହାକାଳୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।  ମଙ୍ଗଳ ଆଳତି ପରେ ସର୍ବ ସାଧାରଣ ଙ୍କ ଦର୍ଶନ ନିମନ୍ତେ  ମା ‘ ଙ୍କ ସାହାଣ ମେଲା ଅନୁଷ୍ଠିତ ହୋଇଥିଲା । ଭକ୍ତଗଣ ମା ‘ ଙ୍କର ଦର୍ଶନ ନିମନ୍ତେ ଧାଡି ବାନ୍ଧି ଆନନ୍ଦ ଉଲ୍ଲାସର ସହିତ ମନ୍ଦିରକୁ ପ୍ରବେଶ କରିଥିଲେ। ଭକ୍ତଗଣ ୯୯୯ ପାହାଚ ରାସ୍ତା ,ପାହାଡ ରାସ୍ତା ଏବଂ ରୋକ ୱେ  ଦେଇ ମା ‘ଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ପ୍ରଥମ ପାଳିରେ ୧୨ ଗୋଟି ବସ ପାହାଡ ରାସ୍ତା ଦେଇ ମନ୍ଦିର ବେଢା ନିକଟକୁ ଯାଇଥିଲେ। ଯାତ୍ରୀ ମାନଙ୍କର ଯିବା ଆସିବା ନିମନ୍ତେ ୩୦ ଟଙ୍କା ବସ ଟିକଟ ରଖାଯାଇଥିଲା । ଚଳିତ ଥର ଚାରିଗୋଟି ସ୍ଥାନରେ ମାନସିକ ମୁଣ୍ଡନ ନିମନ୍ତେ ବ୍ୟବସ୍ଥା କରଯାଇଥିଲା। ଖରା ତାତିରୁ ରକ୍ଷା ନିମନ୍ତେ ଭକ୍ତ ମାନଙ୍କ ସକାଶେ ଛାଉଣି କରଯାଇଥିଲା। ଚଳିତ ଥର ଚୈତ୍ର ପର୍ବରେ ପ୍ରଥମ କରି ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ଯଜ୍ଞ ଏବଂ ସପ୍ତଶତୀ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯାତ୍ରାର ଧାରା ବିବରଣୀ ସିଧା ପ୍ରସାରଣ ୟୁ ଟ୍ଯୂବ ମାଧ୍ୟମରେ ଆୟୋଜନ କରଯାଇଥିଲା।  ଏଲ ସି ଡି ର ବ୍ୟବସ୍ଥା ହୋଇଥିଲା , ପ୍ରଥମ ପାଳିରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତିଗଣ ମା ‘ ଙ୍କ ପ୍ରାତଃ ଦର୍ଶନ କରି  ଯଜ୍ଞରେ ବସିଥିଲେ। ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ବାଣିଜ୍ୟ ପରିବହନ ,ଖଣି ଓ ଇସ୍ପାତ ବିଭାଗୀୟ  ମନ୍ତ୍ରୀ ଶ୍ରୀ ବିଭୁତୀ  ଭୂଷଣ ଜେନା  ଙ୍କ ମାର୍ଗ ଦର୍ଶନରେ  ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା। ଚୈତ୍ର ପର୍ବର ପୂର୍ବ ରାତି ତଥା ସୋମବାର ଦିନ ଉପସ୍ଥିତ ଥିବା  ଭକ୍ତ ମାନଙ୍କ ମନୋରଞ୍ଜନ  ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ଓ ଲୋକନୃତ୍ୟ ,ଭାରତ ଲୀଳା ପ୍ରଦର୍ଶନ  ହୋଇଥିଲା। ପ୍ରଥମ ମଙ୍ଗଳବାର ଯୋଗୁଁ   ଭକ୍ତ ଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଦ୍ଵାରା  ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ପ୍ରତ୍ଯେକ ସ୍ଥାନରେ ସ୍ଵେଚ୍ଛା ସେବୀ ନିଯୋଜିତ ହୋଇଥିଲେ।  ପ୍ରଶାସନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା ଶୃଙ୍ଖଳିତ ଦର୍ଶନ ନିମନ୍ତେ ବେରିକଟ ବ୍ୟବସ୍ଥା  ସମେତ ୨୦ ରୁ ଅଧିକ ସିସି ଟିଭି ବ୍ୟବସ୍ଥା କରଯାଇଥିଲା। ଚଳିତ ବର୍ଷ ଚୈତ୍ର ମାସରେ ଚାରିଗୋଟି ମଙ୍ଗଳବାର ପଡିଥିବା ହେତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଲକ୍ଷାଧିକ ଭିଡ ହେବ ସମ୍ଭାବନା ରହିଛି। ସେହି ହେତୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Post a Comment

Previous Post Next Post