ବରିଷ୍ଠ ଅବସରପ୍ରାପ୍ତ ନାଗରିକଙ୍କୁ ଜିରୋ ନାଇଟ ଉତ୍ସବ ରେ ରିକ୍ଲାମେସନ୍ ରାଇଜିଂ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ

 ମାଲକାନଗିରି   ମୋ ନିୟୁଜ ଓଡିଶା ୦୧/୦୧(ସତ୍ୟ ନାରାୟଣ ଦାଶ) ଜିଲ୍ଲା ସଦର ରିକ୍ଲାମେସନ୍ ରାଇଜିଂ କ୍ଳବ ଆନୁକୂଲ୍ୟରେ ୨୦୨୪ ବିଦାୟ ଓ ୨୦୨୫ ସ୍ୱାଗତ ନିମନ୍ତେ ଜ୍ଜିରୋ ନାଇଟ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ରିକ୍ଲାମେସନ୍ କଲୋନୀ ର ସମସ୍ତ ମା ମାଉସୀଙ୍କ ଦ୍ଵାରା  ଝୋଟି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ଏବଂ ସନ୍ଧ୍ୟାରେ  ରିକ୍ଲାମେସନ୍ କଲୋନୀର ସମସ୍ତ ବରିଷ୍ଠ  ୪୦ ଜଣ ଅବସର ପ୍ରାପ୍ତ  ବ୍ୟକ୍ତିଙ୍କୁ ସାଲ ଓ ବୁକେ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ସମାଜ ଓ ନିଜ ନିଜ ଅଞ୍ଚଳ ପ୍ରତି ବଳିଦାନ କୁ ସ୍ମରଣ କରାଗଲା ଓ ରିକ୍ଲାମେସନ୍ କଲୋନୀର କୁନି କୁନି ଛୁଆଙ୍କ ଦ୍ଵାରା ନୃତ୍ୟ ସଂଗୀତ ବୁଗିବୁଗି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଝୋଟି ପ୍ରତିଯୋଗିତା ଓ କୁନି କୁନି ଛୁଆଙ୍କ ଦ୍ଵାରା ନୃତ୍ୟ ସଂଗୀତ ବୁଗିବୁଗି ରେ ଅଂଶଗ୍ରହଣ କରିଥିବା ସମସ୍ତ ମା ମାଉସୀ ଭଉଣୀ, କୁନି କୁନି ଛୁଆଙ୍କୁ ରିକ୍ଲାମେସନ ରାଇଜିଂ କ୍ଲବ ପକ୍ଷ୍ୟରୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଉକ୍ତ କାର୍ଯୟକ୍ରମରେ ରିକ୍ଲାମେସନ ରାଇଜିଂ କ୍ଲବ ସଭାପତି ମନୋଜ କୁମାର ସାହା, ସମ୍ପାଦକ କେ ରାହୁଲ କୋଷାଧ୍ୟକ୍ଷ ବିକାଶ କୁମାର ଦାସ ,ମୁଖ୍ୟଉପୋଦେଷ୍ଟା ଲକ୍ଷ୍ମୀ ନାରାୟଣ ସେଠୀ , ଉପୋଦେଷ୍ଟା ତପନ କୁମାର ବିଶ୍ୱାସ, ଲକ୍ଷ୍ମୀନାଥ ମହାରଣା, ବାବଲୁ ଭଟ୍ଟାଚାର୍ଯ୍ୟ, ପ୍ରଶାନ୍ତ କୁମାର ଶତପଥି , ଏଜ୍ଜ୍ଜ୍ଜକୁଟିଭ ମେମ୍ବର ସୁବ୍ରତ ଗନ୍ତାୟତ, ସତ୍ୟଜିତ ଗୌଡ଼, ବାଦଲ ଦେବନାଥ, ବଳରାମ ଶୁଣାଣି,ସଞ୍ଜୀବ ପାଣିଗ୍ରାହୀ, ସୂର୍ୟା ରେଡ୍ଡୀ, ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post