ବୁଗୁଡ଼ା ବ୍ଲକ୍ ରେ ୩୬ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି

 


ବୁଗୁଡ଼ା ମୋ ନିୟୁଜ ଓଡିଶା ,୮/୦୯/୨୪(ସୋରେନ କୁମାର ପ୍ରଧାନ):ରାଜ୍ୟରେ ୧୬,୦୦୯ ଏବଂ ଗଞ୍ଜାମ ଜିଲ୍ଲାରେ ୧୦୯୨ ଜଣ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପରିପ୍ରେକ୍ଷୀରେ ବୁଗୁଡା ବ୍ଲକରେ ୩୬ ଜଣ ଶିକ୍ଷକ ନିଯୁକ୍ତି ପାଇଥିବାର ଜଣାଯାଇଛି । ଆଜି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏସ୍ଓ ପ୍ରିୟଦର୍ଶୀ ଦାଶ , ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ ପ୍ରମୁଖଙ୍କ ଦ୍ବାରା ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କର ପ୍ରମାଣପତ୍ର ଯାଞ୍ଚ କରାଯିବା ପରେ ବିଇଓ ଚିନ୍ମୟ ମହାପାତ୍ର ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।ତେବେ ବିଇଓ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟ ନିମନ୍ତେ ଆବଶ୍ୟକୀୟ ୬୪ଟି ମଧ୍ୟରୁ ୩୬ଟିରେ ନିଯୁକ୍ତି ପାଇଥିବା ବେଳେ ସେଥିରେ ୧୫ ଜଣ କନିଷ୍ଠ ଶିକ୍ଷକ ଓ ୨୧ ଶିକ୍ଷୟିତ୍ରୀ ରହିଥିବା ଜଣାଯାଇଛି।

Post a Comment

Previous Post Next Post