ଭଂଜନଗର ମୋ ନିୟୁଜ ଓଡିଶା : ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୬ ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ନବ ଭାରତ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ - ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଏହି କାର୍ଯ୍ୟକ୍ରମ ତଥା ବିଭାଗୀୟ ନିର୍ଦ୍ଦେଶ ଆଧାରରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଭଞ୍ଜନଗର ବ୍ଳକର ୧୬ଟି କ୍ଲଷ୍ଟର ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ୧୫ ବର୍ଷ ରୁ ୩୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତି ମାନଙ୍କର ଏକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ହେଉଛି ସମସ୍ତେ ଯେପରି ଅତି କମରେ ପଢିପାରିବେ ଓ ଲେଖିପାରିବା ଭଳି ଦକ୍ଷତା ହାସଲ କରିପାରିବେ ଏବଂ ଡିଜିଟାଲ କାର୍ଯ୍ୟ କରିପାରିବେ। ସେହି କ୍ରମରେ ଆଜି ଭଞ୍ଜନଗର ବ୍ଳକ୍ ର ୧୬ ଟି କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ ଅଧିନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ଙ୍କ ପରାମର୍ଶକ୍ରମେ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସିଆରସିସିମାନେ ଏହି କାର୍ଯ୍ୟକ୍ରମ କୁ ସଂପାଦନ କରିଥିଲେ। ଭଞ୍ଜନଗର ବ୍ଳକ ର ୧୬ ଟି କ୍ଲଷ୍ଟର ର ୨୫ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୪୪୬ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହାୟକ ଶିକ୍ଷକ ମାନେ ଏହି ପରୀକ୍ଷାକୁ ସଫଳ ଭାବେ ପରିଚାଳନା କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


