ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ରାତି ଅଧରେ ବଡ ଦୁର୍ଘଟଣା । ଗୋଟିଏ ସ୍ଥାନରେ ଦୁଇ ଦୁଇଟି ବସ ଓ ପିକଅପ ପିଟିହୋଇଛି । ଦୁର୍ଘଟଣାରେ ଆହତଯାତ୍ରୀ ରାତି ଅଧରେ ପୁଲିସ ଓ ଆମ୍ବୁଲାନ୍ସ ସହାୟତାରେ ମେଡିକଲକୁ ନିଆଗଲା । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନାର ଲିଲିଗଡ ଗାଁ ନିକଟସ୍ଥ କେନ୍ଦ୍ର ଘାଟିରେ ।
ସୁଚନା ମୁତାବକ ଜଗନ୍ନାଥ ଏକ୍ସପ୍ରେସ ନାମକ ଏକ ସରକାରୀ ବସ ପୁରୀରୁ ମାଲକାନଗିରି ଯିବା ସମୟରେ କେନ୍ଦୁ ଘାଟି ବୁଲାଣି ନିକଟରେ ବ୍ରେକ ଫେଲ ହୋଇ ଜାତୀୟ ରାଜପଥ ୩୨୬ ରାସ୍ତା କଡକୁ ଖସି ଯାଇଥିଲା । ସେହି ସମୟରେ ଗଞ୍ଜମ ଜିଲ୍ଲା କାଟୁରୁ ରାୟଗଡାକୁ ଏକ ବୋଲେରୋ ପିକାଅପ୍ ଷ୍ଟିଲ ବୋଝଇ ହୋଇ ଆସୁଥିଲା । ଭୂବନେଶ୍ବରରୁ ଜୟପୁର ଯାଉଥିବା ମହାକାଳ ନାମକ ଏକ ଘରୋଇ ଯାତ୍ରୀବାହି ସବ ପ୍ରଥମେ ଆସି ଜଗନ୍ନାଥ ବସକୁ ପିଟି ଭାରଶ୍ୟାମ ହରାଇ ଓଲଟି ପଡିଛି । ଦୁର୍ଘଟଣାରେ ଜଗନ୍ନାଥ ବସ ପାଖରେ ଠିଆ ହୋଇଥିବା ସସ୍ମିତା ରଥ ନାମକ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଆହତଙ୍କୁ ପ୍ରଥମେ ମୋହନା ମେଡିକଲରେ ଚିକିତ୍ସା କରାଇ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ତଦନ୍ତ କରୁଛି ।


