ଭଞ୍ଜନଗର :ମୋ ନିୟୁଜ ଓଡିଶା ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ଘୁମୁସର ତହସିଲଦାର କାର୍ଯ୍ୟାଳୟ, ଭଞ୍ଜନଗର ପତ୍ର ସଂଖ୍ୟା - ୩୩୯୯ ପ୍ରକାରେ ଦେବୋତ୍ତର ବିଭାଗ ପକ୍ଷରୁ ଘୁମୁସର ଭଞ୍ଜବଶଂର ପ୍ରତିଷ୍ଠିତ ଐତିହ୍ୟ କୀର୍ତ୍ତି ରାଜି ସମ୍ପର୍ଣ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ର ବିଭିନ୍ନ ନିତି ନୀୟମ ପରମ୍ପରା, ପ୍ରସାଦ ଭୋଗ ଓ ମନ୍ଦିର ର ଆନୁସଙ୍ଗିକ ଉନ୍ନତି କଳ୍ପେ ଆଲୋଚନା ପାଇଁ ଏକ ସାଧାରଣ ବୈଠକ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଭାଗବତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ ତଥା ମନ୍ଦିର ଟ୍ରଷ୍ଟ୍ର ଟ୍ରଷ୍ଟି ଅଧ୍ୟକ୍ଷତା କରିଥିଲେ । ଏହା ସହିତ ତହସିଲଦାର ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ମାନ୍ୟବର ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ କୁମାର ମାହାର, ଆର୍ ଆଇ ଶ୍ରୀ ଭଗବାନ୍ ବେହେରା, ଅମିନ ଶ୍ରୀ ଟୁକୁନା ପ୍ରଧାନ ଙ୍କ ସହିତ ବିଶ୍ୱହିନ୍ଦୁ ପରିଷଦର ଶ୍ରୀ ମୁରଲୀଧର ପଣ୍ଡା, ଶ୍ରୀ ସୁଧିର ନାୟକ, ରାଜ ପୁରୋହିତ, ପୁର୍ବତନ ସଂସ୍କୃତ ପଣ୍ଡିତଙ୍କ ସହିତ ମନ୍ଦିରର ସେବକ, ଯାନିଯାତ୍ରା ସମୟରେ ସହଯୋଗ କରୁଥିବା ସେବାୟତ, କୁଲାଡ ଗ୍ରାମର ସମସ୍ତ ବୁଦ୍ଧିଜୀବୀ, ବ୍ୟବସାୟୀ, ଧାର୍ମିକ ଓ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ବିରାଟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଅଛି । କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଦିର୍ଘବର୍ଷ ହେଲା ଘୋର ଅବ୍ୟବସ୍ଥା, ଦେବୋତ୍ତର ବିଭାଗ ଓ ପୁର୍ବ ସରକାରଙ୍କ ବୈମାତୃକ ଯୋଗୁଁ ଭଞ୍ଜବଶିଂୟ ଶେଷ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବା ଅବିକଳ ଦୃତୀୟ ଶ୍ରୀକ୍ଷେତ୍ର କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଅବକ୍ଷୟ ହେବାକୁ ବସିଲାଣି । ଆଜିର ବୈଠକ ରେ ସେବାୟତ ମାନଙ୍କ ଭିତରେ ଥିବା ମତାନ୍ତର ଓ ମନାନ୍ତର ଏବଂ ପ୍ରଭୁଙ୍କ ବିଭିନ୍ନ ସେବାରେ ବିଭ୍ରାଟ ହେଉଥିବା ବିଷୟ, ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମାନ୍ୟବର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଅବଗତ କରାଇଥିଲେ । ଏଥି ସହିତ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକ୍ ରେ ଥିବା କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଜମିକୁ ପ୍ରଶାସନ ଦ୍ୱାରା ଚିହ୍ନଟ କରି ମନ୍ଦିର ନାମରେ ପଟ୍ଟା କରାଯାଉ ଏବଂ ଉପଯୁକ୍ତ ମହସୁଲ୍ ଆର ଆଇଙ୍କ ମାଧ୍ୟମରେ ଗ୍ରହଣ କରାଯାଇ ମହାପ୍ରଭୁଙ୍କ ନାମରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଜମା କରାଯିବାକୁ ସାଧାରଣରେ ଚର୍ଚ୍ଚା ଧରିଥିଲା । ଏଥିସହିତ ମନ୍ଦିର ପାର୍ଶ୍ୱରେ ଥିବା ୨୨ ପାବଛ ଭଳି ବାଇସି ଗୋଟି ଦୋକାନ ଗୃହ ଗୁଡ଼ିକର ଅଗ୍ରିମ ଟଙ୍କା ଓ ମାସିକ ଭଡ଼ା ଟଙ୍କାକୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନିଯୁକ୍ତ ଆର୍ ଆଇ ଙ୍କ ଦ୍ୱାରା ପ୍ରତି ମାସରେ ସଂଗ୍ରହ କରି ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଜମା କରାଯାଉ । ତତ୍କାଳୀନ ସରକାର ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ପ୍ରଦତ୍ତ ଏକ କୋଟି ଆଠାଅଶୀ ଲକ୍ଷ ଟଙ୍କାର ସୁବିନିଯୋଗ କରାଯାଉ । ୧୯୯୩ ମସିହାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ପ୍ରାୟ ୧୦ କେଜି ସୁନା, ୮୦ କେଜି ରୁପା ଅଳଙ୍କାର ଓ ବିଭିନ୍ନ ମୁଲ୍ୟବାନ୍ ପଥର ଚୋରି ହୋଇଯାଇଥିବା ସମ୍ବନ୍ଧରେ ବର୍ତ୍ତମାନ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବିଧାନସଭାରେ ଉପସ୍ଥାପନା କରିବା ପାଇଁ ଆଜିର ଏହି ବୈଠକରେ ଦାବି ହୋଇଥିଲା । ମହାପ୍ରଭୁଙ୍କୁ ମୁଲ୍ୟବାନ ତଥା ଦୁର୍ଲଭ ସମ୍ପତ୍ତି ଫେରି ଆସିବ ଫଳରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଜନସାଧାରଣଙ୍କ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ହୋଇପାରିବ ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହୋଇଅଛି ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା