ଗଜପତି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ଦାବୀ କଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ ।

 


ଗଜପତି-ମୋ ନିୟୁଜ ଓଡିଶା : (୪/୮/୨୦୨୪) ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଲୋକସଭାରେ କହିଛନ୍ତି ଯେ ତାଙ୍କ ଲୋକସଭା ଆସନ ବ୍ରହ୍ମପୁରରେ ଦୁଇଟି ଜିଲ୍ଲା ଗଞ୍ଜାମ ଓ ଗଜପତି ରହିଛି। ଗଜପତି ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ସେଠାରେ ଗୋଟିଏ ବି ମେଡିକାଲ କଲେଜ ନାହିଁ। ସେହିପରି ଗଞ୍ଜାମ ଜିଲ୍ଲାର ଲୋକ ସଂଖ୍ୟା ୪୨ଲକ୍ଷ ହୋଇଥିବା ବେଳେ ସେଠାରେ ମଧ୍ୟ ସୁପର

ସ୍ପେସିଆଲିଟୀ ହସପିଟାଲ ନାହିଁ। ତେଣୁ ଅଞ୍ଚଳ ବାସି ଯଦି ବିଭିନ୍ନ ଦୁରାରୋଗ୍ୟରେ ପଡନ୍ତି ତେବେ ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶ କିମ୍ବା ଭୁବନେଶ୍ବର ଯାଇ ଚିକିତ୍ସିତ ହେବାକୁ ବାଧ୍ୟ ହୁଅନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଠାରେ ଏକ ସୁପର

ସ୍ପେସିଆଲିଟୀ ହସପିଟାଲ ଓ ଗଜପତି ଠାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଆଲୋଚନାରେ ଭାଗ ନେଇ ଦାବୀ ଉପସ୍ଥାପନ କରିଛନ୍ତି। ସେହିପରି କିଡନୀ, ହାର୍ଟ ଓ ଲିଭର ରୋଗ ପାଇଁ ଗରିବ ଲୋକେ ଅଧିକା ଖର୍ଚ୍ଚ ବହନ କରିପାରୁ ନ ଥିବାରୁ ଆୟୁଷ୍ମାନ ଭାରତ ଯୋଜନାରେ ଏହାର ପରିମାଣ ପାଞ୍ଚ ଲକ୍ଷ ରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେ ଲୋକସଭା ରେ ଦାବୀ କରିଛନ୍ତି। ଏନ ଡି ଏ ଶାସନ ସମୟରେ ସ୍ବାସ୍ଥ୍ୟ ବିଭାଗ ଖର୍ଚ୍ଚ ଉପା ସରକାରଙ୍କ ତୁଳନାରେ ୨୫୦ଭାଗ ବୃଦ୍ଧି ପାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କୁ ଧନ୍ୟବାଦ ଜଣାଇଥିଲେ। ଗଜପତି ଜିଲା ରୁ  ମନୋଜ କୁମାର  ପାଢୀ

Post a Comment

Previous Post Next Post